ଭାରତରେ ଲଞ୍ଚ୍ ହେଲା ରେଡ୍‌ମି ୯ – ଅଗଷ୍ଟ ୩୧ରୁ ବିକ୍ରି ଆରମ୍ଭ (Redmi 9 Launched in India: Price, Specifications)

ଚାଇନିଜ୍ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଭାରତରେ ଲଞ୍ଚ କରିଛି ନୂଆ ସ୍ମାର୍ଟଫୋନ ରେଡ୍‌ମି ୯। ଅଗଷ୍ଟ ୩୧ରୁ ଏହି ସ୍ମାର୍ଟଫୋନର ବିକ୍ରୟ ଆରମ୍ଭ ହେବ। ଜାଣନ୍ତୁ ଏହି ନୂଆ ସ୍ମାର୍ଟଫୋନର ଦାମ୍ ଏବଂ ଫିଚର ବିଷୟରେ।

Redmi 9 Launched in India Price, Specifications

ରେଡ୍‌ମି ୯ର ଫିଚର

ଏହି ସ୍ମାର୍ଟଫୋନରେ ୬.୫୩ ଇଞ୍ଚର ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ମିଳୁଛି। ଏହା ଛଡ଼ା ମିଡିଆଟେକ୍ ହୋଲିଓ ଜି୩୫ ପ୍ରୋସେସର ବି ଅଛି। ଏହି ଫୋନ ସ୍କାଏ ବ୍ଲୁ, ସ୍ପୋର୍ଟି ଅରେଞ୍ଜ ଓ କାର୍ବନ ବ୍ଲାକ ପରି ତିନୋଟି କଲରରେ ଉପଲବ୍ଧ। ଏଥିସହ ୪ ଜିବି ରାମ୍ ସହିତ ୬୪ ଜିବି ଷ୍ଟୋରେଜ୍ ଏବଂ ୪ ଜିବି ରାମ୍ ସହିତ ୧୨୮ ଜିବି ଷ୍ଟୋରେଜ୍ ମଧ୍ୟ ଉପଲବ୍ଧ ହେଉଛି। ଷ୍ଟୋରେଜ୍‌କୁ ମେମୋରି କାର୍ଡ ସାହାଯ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ଫୋନରେ ଏମ୍‌ଆଇୟୁଆଇ ୧୨ ମଧ୍ୟ ମିଳୁଛି।


କ୍ୟାମେରା

ରେଡ୍‌ମି ୯ରେ ୧୩ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲ ବିଶିଷ୍ଟ ଡୁଆଲ ରିୟର୍ କ୍ୟାମେରା ସେଟ୍ଅପ୍ ଅଛି। ଏଥିସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସପୋର୍ଟ ବି ଅଛି। ସେହିପରି ଏଥିରେ ୫ ମେଗାପିକ୍ସେଲର ଏକ ଫ୍ରଣ୍ଟ କ୍ୟାମେରା ବି ରହିଛି।


ବ୍ୟାଟେରୀ

ଏହି ଫୋନରେ ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ରହିଛି, ଯାହାକି ୩୦ ଘଣ୍ଚାର ଭିଡିଓ ପ୍ଲେବ୍ୟାକ୍ ଦେବ ବୋଲି କମ୍ପାନି ଦାବି କରିଛି। ଏହା ବ୍ୟତୀତ ଫୋନରେ ୪ଜି, ଓ୍ଵାଇ-ଫାଇ, ଜିପିଏସ୍ ଏ ୩.୫ ଏମ୍‌ଏମ୍‌ର ହେଡଫୋନ ଜ୍ୟାକ୍ ଦିଆଯାଇଛି।


ଦାମ୍

ରେଡ୍‌ମି ୯, ୪ ଜିବି ରାମ୍ ସହିତ ୬୪ ଜିବି ଷ୍ଟୋରେଜ୍ ଏବଂ ୪ ଜିବି ରାମ୍ ସହିତ ୧୨୮ ଜିବି ଷ୍ଟୋରେଜ୍ ଭେରାଇଟିରେ ଉପଲବ୍ଧ। ୬୪ ଜିବି ଷ୍ଟୋରେଜ୍‌ବିଶିଷ୍ଟ ଫୋନର ଦାମ୍ ୮,୯୯୯ ଟଙ୍କା ଥିବା ବେଳେ ୧୨୮ ଜିବି ଷ୍ଟୋରେଜ୍‌ବିଶିଷ୍ଟ ଫୋନର ଦାମ୍ ୯,୯୯୯ ଟଙ୍କା ରହିଛି। ଅଗଷ୍ଟ ୩୧ ତାରିଖରୁ ଆମାଜନ ଇଣ୍ଡିଆ ଓ ସାଓମି ଷ୍ଟୋରରେ ଏହାର ବିକ୍ରି ଆରମ୍ଭ ହେବ।



Xiaomi Redmi 9 Specifications

NETWORK 

  • Technology: GSM / HSPA / LTE

LAUNCH

  • Announced: 2020, June 10
  • Status: Available. Released 2020, June 10

BODY

  • Dimensions: 163.3 x 77 x 9.1 mm (6.43 x 3.03 x 0.36 in)
  • Weight: 198 g (6.98 oz)
  • Build: Glass front (Gorilla Glass 3), plastic back, plastic frame

SIM: Dual SIM (Nano-SIM, dual stand-by)

DISPLAY

  • Type: IPS LCD capacitive touchscreen, 16M colors
  • Size: 6.53 inches, 104.7 cm2 (~83.2% screen-to-body ratio)
  • Resolution: 1080 x 2340 pixels, 19.5:9 ratio (~395 ppi density)
  • Protection: Corning Gorilla Glass 3

PLATFORM

  • OS: Android 10, MIUI 11
  • Chipset: Mediatek Helio G80 (12 nm)
  • CPU: Octa-core (2x2.0 GHz Cortex-A75 & 6x1.8 GHz Cortex-A55)
  • GPU: Mali-G52 MC2

MEMORY

  • Card slot: microSDXC (dedicated slot)
  • Internal: 32GB 3GB RAM, 64GB 4GB RAM, 128GB 6GB RAM: eMMC 5.1

MAIN CAMERA

  • Quad: 13 MP, f/2.2, 28mm (wide), 1/3.1", 1.12µm, PDAF
  • 8 MP, f/2.2, 118˚ (ultrawide), 1/4.0", 1.12µm
  • 5 MP, f/2.4, (macro)
  • 2 MP, f/2.4, (depth)
  • Features: LED flash, HDR, panorama
  • Video: 1080p@30fps

SELFIE CAMERA

  • Single: 8 MP, f/2.0, 27mm (wide)
  • Features: HDR
  • Video: 1080p@30fps
SOUND
  • Loudspeaker: Yes
  • 3.5mm jack: Yes

COMMS

  • WLAN: Wi-Fi 802.11 a/b/g/n/ac, dual-band, Wi-Fi Direct, hotspot
  • Bluetooth: 5.0, A2DP, LE
  • GPS: Yes, with A-GPS, GLONASS, BDS
  • NFC: Yes (market/region dependent)
  • Infrared port: Yes
  • Radio: Wireless FM radio (no wired headphones required)
  • USB: 2.0, Type-C 1.0 reversible connector, USB On-The-Go

FEATURES

  • Sensors: Fingerprint (rear-mounted), accelerometer, proximity, compass

BATTERY

  • Type: Li-Po 5020 mAh, non-removable
  • Charging: Fast charging 18W

MISC

  • Colors: Carbon Gray, Sunset Purple, Ocean Green, Pink/Blue
  • Models: M2004J19G, M2004J19C
  • SAR: 0.91 W/kg (head)     1.00 W/kg (body)    
  • SAR EU: 0.71 W/kg (head)     1.06 W/kg (body)    
  • TESTS: Performance: AnTuTu: 201829 (v8)
  • GeekBench: 1325 (v5.1)
  • Display: Contrast ratio: 1624:1 (nominal)
  • Camera: Photo / Video
  • Loudspeaker: -26.9 LUFS (Good)
  • Battery life: Endurance rating 131h